ଗୌରବମୟ ଇତିହାସ ଓ ସମୃଦ୍ଧ ପରମ୍ପରା ହେଉଛି ଓଡ଼ିଶାର ପରିଚୟ । ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିଥିଲା । ଏହା ପଛରେ ରହିଛି ଅନେକ ମହାପୁରୁଷଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ଅତୁଳନୀୟ ତ୍ୟାଗ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସାରା ରାଜ୍ୟରେ ‘ଓଡ଼ିଶା ଦିବସ’ ମହା ଆଡ଼ମ୍ବରରେ ପାଳନ କରାଯାଉଛି ।
୧. ନିଜ ପ୍ରିୟଜନଙ୍କୁ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇବା ।
୨. ସ୍ଵତନ୍ତ୍ର ରାଜ୍ୟ ଗଠନର ମହାପୁରୁଷଙ୍କୁ ମନେ ପକାଇବା ।
୩. ସାମୂହିକ ଭାବେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ।
୪. ଓଡ଼ିଶାର ଗୌରବ ଏବଂ ଭାଷାର ମହତ୍ତ୍ଵକୁ ନେଇ ଆଲୋଚନା ଚକ୍ର ଆୟୋଜନ କରିବା ।
୫. ନିଜ ସାମାଜିକ ଗଣମାଧ୍ୟମରେ ‘ଓଡ଼ିଶା ଦିବସ’ ସମ୍ପର୍କିତ ତଥ୍ୟ #OdishaDibasa ଏବଂ #OdiaPakhya2026 ବ୍ୟବହାର କରି ପ୍ରସାର କରିବା ।