ଓଡ଼ିଶାର ଗୌରବମୟ ଐତିହ୍ୟ, ସଂସ୍କୃତି ଓ ସମୃଦ୍ଧ ପରମ୍ପରାର ନିଚ୍ଛକ ପ୍ରତୀକ ‘ଓଡ଼ିଆ ପକ୍ଷ’। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡ଼ମ୍ବରରେ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ’ ପାଳନ ହେଉଛି। ଏହି ଭବ୍ୟ ଓ ଦିବ୍ୟ ସମାରୋହକୁ ଲୋକଙ୍କ ସହଭାଗିତାରେ ପାଳନ କରିବା ପାଇଁ, ବ୍ଲକଠୁ ନେଇ ରାଜ୍ୟସ୍ତରରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ, ଆମ ପରମ୍ପରା, ଆମ ପରିଚୟ ତଥା ଓଡ଼ିଆ ଅସ୍ମିତାକୁ ବିଶ୍ଵବିଦିତ କରିବା ପାଇଁ ଆସନ୍ତୁ ସମସ୍ତେ ଏକ ହୋଇ ପାଳିବା ‘ଓଡ଼ିଆ ପକ୍ଷ’ ।
ଆସନ୍ତୁ ମନ, ପ୍ରାଣ ତଥା ହୃଦୟରୁ ଓଡ଼ିଆ ହେବା । ସ୍ୱାଭିମାନୀ ଓଡ଼ିଆ ଭାବେ ସମସ୍ତେ ଏକ ହୋଇ ଏହି ଉତ୍ସବରେ ସାମିଲ ହେବା ।
ଆମ ସଂସ୍କୃତି ଓ ଅସ୍ମିତାକୁ ଉଜ୍ଜ୍ୱଳ କରିବାରେ ଆପଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ