ଆମ ପାରମ୍ପରିକ ପୋଷାକରେ ରହିଛି ସ୍ଵତନ୍ତ୍ର ଓଡ଼ିଆପଣ । ଏହା ହିଁ ପ୍ରତିଟି ଓଡ଼ିଆର ପରିଚୟ ଏବଂ ସ୍ଵାଭିମାନ । ଏଥିରେ ରହିଛି ପୁରୁଷଙ୍କର ଧୋତି, ଗାମୁଛା ଏବଂ ମହିଳାଙ୍କର ଶାଢ଼ି । ଆଦିବାସୀଙ୍କ ନିଆରା ପୋଷାକ ପରିଧାନ, ଖୋର୍ଦ୍ଧାର ଗାମୁଛା, ବୋମକାଇ ପାଟ୍ଟ, କୋଟପାଡ଼ ପାଟ୍ଟ, ସମ୍ବଲପୁରର ସମ୍ବଲପୁରୀ ଶାଢ଼ି ଓ ପାଟ୍ଟ ଶାଢ଼ି ଏବଂ ମାଣିଆବନ୍ଧ ଶାଢ଼ି ପରି ବିଭିନ୍ନ ପାରମ୍ପରିକ ପୋଷାକର ରହିଛି ସ୍ଵତନ୍ତ୍ର ପରିଚୟ ।
୧. ଏହି ଦିବସରେ ଆମର ପାରମ୍ପରିକ ପୋଷାକ ପରିଧାନ କରିବା ।
୨. ଏ ଦିଗରେ ସମସ୍ତଙ୍କୁ ଉତ୍ସାହିତ କରିବା ।
୩. ଆମ ସମୃଦ୍ଧ କଳା ଏବଂ ବୁଣାକାରମାନଙ୍କ ନିଷ୍ଠା ଓ ଦକ୍ଷତାକୁ ସମ୍ମାନ ଜଣାଇବା ।
୪. ନିଜ ପୋଷାକର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ #OdiaPakhya2026 ବ୍ୟବହାର କରି ପ୍ରସାରିତ କରିବା ।
୫. ପାରମ୍ପରିକ ପୋଷାକ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ‘ଓଡ଼ିଆ ପକ୍ଷ’ରେ ବୟନିକା ଏବଂ ଅନ୍ୟ ଷ୍ଟୋରଗୁଡ଼ିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ରିହାତିର ବ୍ୟବସ୍ଥା ରହିଛି ।