ସ୍ବଚ୍ଛତାରୁ ଆରମ୍ଭ ହୁଏ ସକାରାତ୍ମକତା । ସ୍ବଚ୍ଛତାକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଲକ୍ଷ୍ୟ ନେଇ ‘ଓଡ଼ିଆ ପକ୍ଷ’ର ପ୍ରମୁଖ ଦିବସ ଭାବେ ସାରା ରାଜ୍ୟରେ ଆୟୋଜନ ହେଉଛି ‘ସ୍ବଚ୍ଛତା ଅଭିଯାନ’ । ଆସନ୍ତୁ ଏହି ଅଭିଯାନରେ ବିଦ୍ୟାଳୟ, ମନ୍ଦିର, ପୁଷ୍କରିଣୀ ପରି ବିଭିନ୍ନ ସାର୍ବଜନୀନ ସ୍ଥାନର ସଫେଇରେ ନିଜକୁ ସାମିଲ କରି ସ୍ବଚ୍ଛତାର ଦୃଢ ସଙ୍କଳ୍ପ ନେବା ।
୧. ନିଜ ସାଙ୍ଗସାଥି ତଥା ଅଞ୍ଚଳର ଲୋକଙ୍କୁ ଏକାଠି କରିବା ।
୨. ସମସ୍ତଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ସଚେତନତା ବୃଦ୍ଧି କରିବା ।
୩. ସଭିଙ୍କୁ ସାଥିରେ ନେଇ ଯୋଜନାବଦ୍ଧ ଭାବେ ସ୍ବଚ୍ଛତା କାର୍ଯ୍ୟକ୍ରମ କରିବା ।
୪. ନିଜ ଅଞ୍ଚଳର ବିଦ୍ୟାଳୟ, ମନ୍ଦିର , ପୁଷ୍କରିଣୀ ପରି ବିଭିନ୍ନ ସାର୍ବଜନୀନ ସ୍ଥାନକୁ ସ୍ଵଚ୍ଛ କରିବା ।
୫. ସ୍ବଚ୍ଛତାର ଦୃଢ ସଙ୍କଳ୍ପ ନେଇ ଏହାକୁ #OdiaPakhya2026 ବ୍ୟବହାର କରି ନିଜ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ।