ଅନେକ ମହାପୁରୁଷଙ୍କ କାଳଜୟୀ ରଚନାରେ ଓଡ଼ିଆ ସାରସ୍ଵତ ଜଗତ ଋଦ୍ଧିମନ୍ତ ହୋଇଛି । ଏହି ରଚନାଗୁଡ଼ିକ ସର୍ବଦା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଆସିଛି । ଓଡ଼ିଆ ଭାଷା, ସାହିତ୍ୟକୁ ସୁଦୂରପ୍ରସାରୀ କରିବା ସହ ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବୃଦ୍ଧି କରିବା ହେଉଛି ଏହି ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ ।
୧. ସମସ୍ତଙ୍କ ଭିତରେ ଓଡ଼ିଆ ଭାଷା ଏବଂ ସାହିତ୍ୟ ନେଇ ଆଦର ବଢାଇବା ।
୨. ଶିଶୁ, କିଶୋର ତଥା ତରୁଣମାନଙ୍କୁ ଏଥିରେ ସାମିଲ କରିବା ।
୩. ବିଦ୍ୟାଳୟ, କଲେଜ, ଦକ୍ଷତା ବିକାଶ ପ୍ରତିଷ୍ଠାନ ତଥା ବିଭିନ୍ନ ଶିକ୍ଷା ସଂସ୍ଥାରେ ସାରସ୍ଵତ କାର୍ଯ୍ୟକ୍ରମ ଆୟୋଜନ ।
୪. ସମସ୍ତଙ୍କ ସାରସ୍ଵତ ସୃଷ୍ଟିକୁ ସ୍ବୀକୃତି ଓ ସମ୍ମାନ ଜଣାଇବା ।
୫. ନିଜ ସାମାଜିକ ଗଣମାଧ୍ୟମରେ ଏହାର ବହୁଳ ପ୍ରଚାର, ପ୍ରସାର କରିବା ।