ସୃଜନଶୀଳତା ବିକାଶରେ କାହାଣୀ ତଥା ଗପର ରହିଛି ପ୍ରମୁଖ ଭୂମିକା । ଶିଶୁମାନଙ୍କ ମଧ୍ୟରେ ଭାଷା, ସାହିତ୍ୟ ପ୍ରତି ଆଗ୍ରହ ତଥା ଭଲପାଇବା ବଢାଇବା ହେଉଛି ‘ଶିଶୁ କଥା ଦିବସ’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ସ୍ଥାନୀୟ ଶିଶୁକଥା/ଗଳ୍ପ/ଲୋକକଥା ବିଷୟରେ ଛୋଟ ପିଲାଙ୍କୁ ଅବଗତ କରିବା ସହ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।









