ଶିକ୍ଷା ଆରମ୍ଭର ପ୍ରଥମ ପାହାଚ ହେଉଛି ‘ଖଡ଼ିଛୁଆଁ’ । ଓଡ଼ିଶାରେ ଘରେ ଘରେ ପ୍ରଚଳିତ ଏହା ଏକ ବିଧି ତଥା ପରମ୍ପରା । ଶିଶୁମାନେ ବୋଧ ପାଇବା ପରେ ଏହି ଦିନରୁ ଆରାଧ୍ୟ ଦେବତାଙ୍କୁ ସ୍ମରଣ କରି ଖଡ଼ି ଧରି ଲେଖିବା ବା ବିଦ୍ୟାରମ୍ଭ କରିଥାନ୍ତି । ଓଡ଼ିଶାର ଏହି ଅନନ୍ୟ ପରମ୍ପରାକୁ ସମୃଦ୍ଧ କରିବା ପାଇଁ ସାରା ରାଜ୍ଯରେ ପାଳନ ହେଉଛି ‘ଖଡ଼ିଛୁଆଁ ଦିବସ’ ।
ଓଡ଼ିଆ ଭାଷାର ମହତ୍ତ୍ଵ ବଜାୟ ରଖିବା ସହ ଏହାର ପ୍ରସାର ପାଇଁ ‘ଓଡ଼ିଆ ନାମ ଫଳକ ଲେଖା ଅଭିଯାନ’ ଆୟୋଜିତ ହେଉଛି । ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟ ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାରକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଏଥିପ୍ରତି ସଚେତନତା ବୃଦ୍ଧି ସହ ଲୋକଙ୍କୁ ଜାଗ୍ରତ କରିବା ହେଉଛି ଏହି ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ ।
୧. ବିଦ୍ୟାଳୟକୁ ନୂଆ କରି ଆସୁଥିବା ପିଲାଙ୍କ ପାଇଁ ‘ଖଡ଼ିଛୁଆଁ ଦିବସ’ ଆୟୋଜନ କରିବା ।
୨. ଶିକ୍ଷକ, ଶିକ୍ଷୟିତ୍ରୀମାନେ ପିଲାଙ୍କ ମୁଣ୍ଡରେ ଚନ୍ଦନ ଟିପା ଓ ଫୁଲ, ଦୂବ, ବରକୋଳି ପତ୍ର ପକାଇ ସ୍ଵାଗତ କରିବେ ।
୩. ସାମୂହିକ ଭାବେ ପିଲାମାନେ ଖଡ଼ି ଧରି ସିଲଟରେ ତିନିଟି ମୁଣ୍ଡୁଳା ବୁଲାଇବେ ।
୪. ମୁଣ୍ଡୁଳା ବୁଲାଇବା ସମୟରେ ପିଲାମାନେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ଉଚ୍ଚାରଣ କରିବେ ।
୫. ନୂଆ କରି ବିଦ୍ୟାଳୟ ଆସୁଥିବା ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ଶିକ୍ଷକ, ଶିକ୍ଷୟିତ୍ରୀମାନେ ଆଶୀର୍ବାଦ ପ୍ରଦାନ କରିବେ ।
୬. ନାମ ଫଳକରେ ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ।
୭ . ଏ ସମ୍ପର୍କରେ ସମସ୍ତଙ୍କୁ ବୁଝାଇବା ।
୮. ଓଡ଼ିଆ ଭାଷାର ଗୁରୁତ୍ଵ ଓ ମହତ୍ତ୍ଵ ବିଷୟରେ ଆଲୋଚନା କରିବା ।
୯ . ସାରା ରାଜ୍ଯରେ ଏନେଇ ସଚେତନତା ପଦଯାତ୍ରା କରିବା ।